Latest Posts

Loading...

Monday, July 24, 2017

ଆମ ଡାକଘର - "Our Post Office" - An article in Odia written by Com. Soumitri Mishra, OA, Divisional Office, Bhubaneswar

🏤ଆମ ଡାକଘର🏤 
******************
 © ସୌମିତ୍ରି ମିଶ୍ର ।
ସୁନ୍ଦରଗ୍ରାମ,କଟକ ।
    ✒..... ବାପା.....ବାପା....ଏ ନାଲି ବାକ୍ସ ଲାଗିଥିବା କୋଠାଘରଟି କାହାର???? ସେଠାରେ କାହିିଁକି ଏତେ ଭିଡ ଲାଗିଛି । ଚାଲ ନା ଟିକେ ଦେଖିବା ସେଠାରେ କ'ଣ ହେଉଛି ? ବାପା.....ଟିକେ ଶୁଣ । ଏମିତି କିଛି କଥା ଶୁଣିଲା ପରେ, ରଥ ବାବୁ କହିଲେ, ଟିକେ ରହଲୋ ମା' । ସଉଦା ନେଇକି ଆସିଲେ ଆମେ ଦୁହେଁ ଏକାଠି ସେ ନାଲି କୋଠା ଆଉ ନାଲି ବାକ୍ସ ପାଖକୁ ବୁଲିବାକୁ ଜିବା ।

 ✒.....କିଛି ସମୟ ପରେ ବେବି କୁ ନେଇ ମୁଁ ନାଲିକୋଠା ପାଖକୁ ଗଲି ।ଶୁଣିବାକୁ ପାଇଲି ,ଆଜି ଡାକଘର ତରଫରୁ ଗୋଟିଏ ଜନସମ୍ପର୍କ ମେଳା ର ଆୟୋଜନ କରାହୋଇଥିଲା । ସେଥିପାଇଁ ଆଖପାଖ ଗାଁ ରୁ ବହୁ ଲୋକ ଆସିଥିଲେ । ବେବି ର ଆଗ୍ରହକୁ ଦେଖି ଡାକଘରର ଜଣେ ବାବୁ ତାର ନାଁଆ ଓ ବିଦ୍ୟାଳୟ ବିଷୟରେ ପଚାରିଲେ । ବେବି ଠାରୁ ସେତକ ଶୁଣିଲା ପରେ, ସେ ଓ ବେବି ବହୁତ ସମୟ ଧରି କଥାବାର୍ତା ହେଲେ । ସେ କହିଲେ , ଝିଅ ଏ ନାଲି କୋଠାକୁ ଡାକଘର ଓ ନାଲି ବାକ୍ସକୁ ଚିଠି ବାକ୍ସ କହନ୍ତି । ଏହାପରେ ବେବି ପଚାରିଲା,"ଏ ଡାକଘରେ କଣ ସବୁ ହୁଏ ,ଆଉ ଚିଠି ବାକ୍ସ ର କାମ କଣ?" ଏସବୁ ପ୍ରଶ୍ନ ଶୁଣିଲା ପରେ ସେ ତାକୁ ଗୋଟିଗୋଟି କରି ବୁଝାଇବାରେ ଲାଗିଲେ ।
     ଡାକଘର ଭାରତର ଏକ ପୁରାତନ ସରକାରୀ ସଂସ୍ଥା । ଏହା ବ୍ରିଟିସ୍ ଅମଳରୁ ରହିଆସିଛି । ପ୍ରଥମେ ଡାକଘରେ କେବଳ ଚିଠି , ଡାକ ତାର ସେବା(ଟେଲିଗ୍ରାମ) ,ଧନାଦେଶ ,ଡାକଟିକଟ ବିକ୍ରି ହେଉଥିଲା । ସେତେବେଳେ ଚିଠିପତ୍ର ନେଣଦେଣ ଡାକଘର ର ମୁଖ୍ୟ କାମ ଥିଲା ।
      ଏବେ ଡାକଘରର ପରିଭାଷା ବହୁତ ବଦଳିଛି । ଆଧୁନିକ ଯୁଗ ସହ ତାଳ ଦେଇ ଡାକ ବିଭାଗ ଅନେକ ଗୁଡିଏ ସେବା ଯୋଗାଉଛି ।
      ଭାରତରେ ଛୋଟ ବଡ ହୋଇ ୧,୫୦,୦୦୦ ରୁ ଅଧିକ ଡାକଘର ଅଛି । ଯାହା ସାରା ବିଶ୍ୱରେ ଯେକୌଣସି ଦେଶଠାରୁ ସବୁଠାରୁ ଅଧିକ । ସେଥିମଧ୍ୟରୁ ପ୍ରାୟ ୧,୨୦,୦୦୦ ରୁ ଅଧିକ ଶାଖାଡାକଘର , ପାଖାପାଖି ୨୫,୦୦୦ ଉପଡାକଘର ଓ ୮୧୧ ମୁଖ୍ୟଡାକଘର ଅଟେ ।
       ✒ ....ଏବେ ଡାକଘରେ ବହୁବିଧ ସେବା ଯୋଗାଯାଉଛି । ସେଗୁଡିକ ମଧ୍ୟରୁ କେତେକ ପ୍ରମୁଖ ସେବାଗୁଡିକ ହେଲା.....
     ✒... ରେଜିଷ୍ଟ୍ରି ପୋଷ୍ଟ, ସ୍ପିଡ୍ ପୋଷ୍ଟ, ରେଜିଷ୍ଟ୍ରି ପାର୍ସଲ , ସିଓଡି ପାର୍ସଲ୍  ଇତ୍ୟାଦି।
    ✒.... ଡାକଘର ସ୍ୱଳ୍ପ ସଂଚୟ ଜମା ଯୋଜନା ଅଧୀନରେ ସେଭିଂସ୍ ଆକାଉଣ୍ଟ, ଆର୍ ଡି , ମାସିକ ଆୟ ଯୋଜନା , ୧/୨/୩/୫ ବର୍ଷିଆ  ଜମା ଯୋଜନା, ବରିଷ୍ଠ ନାଗରିକ ଜମା ଯୋଜନା, କିଷାନ୍ ବିକାଶ ପତ୍ର ,ସୁକନ୍ୟା ସମୃଦ୍ଧୀ ଆକାଉଣ୍ଟ,ଏନ୍ଆରିଜିଏସ୍ ଆକାଉଣ୍ଟ, ଜାତୀୟ ସଂଚୟ ଯୋଜନା ଆଦି ବିଭିନ୍ନ ଜମା ଯୋଜନାର ସୁବିଧା  ଡାକଘରେ ଉପଲବ୍ଧ ।
    ✒.... ଭାରତ ସରକାରଂକ ଜନସୁରଖ୍ୟା ଯୋଜନା ଅଧିନରେ ମଧ୍ୟ ବିଭିନ୍ନ ଯୋଜନା ଡାକଘରେ ଚାଲୁଅଛି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜାତୀୟ ବୀମା ଯୋଜନା, ଅଟଳ ପେନସନ ଯୋଜନା ଅନ୍ୟତମ ।
     ✒.....  ଏହା ବ୍ୟତୀତ ଡାକଘରର ନିଜସ୍ୱ ଆକର୍ଷଣୀୟ ବୀମା ଯୋଜନା ପ୍ରଚଳିତ ଅଛି । ଭାରତର ସର୍ବପୁରାତନ ବୀମା - ଡାକ ବୀମା ଯୋଜନା ୧୮୮୨ ରୁ ପ୍ରଚଳିତ । ଗ୍ରାମୀଣ ଲୋକଂକ ପାଇଁ ଡାକ ବିଭାଗ ୧୯୯୫ ମସିହାରୁ ଗ୍ରାମୀଣ ଡାକ ବୀମା ଯୋଜନା ଆରମ୍ଭ କରିଛି । ଯାହା ସାରା ଭାରତର ସମସ୍ତ ଡାକଘରେ ଉପଲବ୍ଧ ।
    ✒.....ଏବେ ଭାରତର କେତେକ ବଛା ବଛା ଡାକଘରେ ଗଂଗାଜଳ , ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନା ଚାଲୁଅଛି । ଏଥିସହିତ ପୋଷ୍ଟାଲ୍ ଏବଂ ଅନ୍ୟ ଉପହାର, ବହି, ପେନ୍ ଆଦି ଛୋଟ ଛୋଟ ଜିନିଷ ମଧ୍ୟ ଦେଶର କେତେକ ମୁଖ୍ୟ ଡାକଘରେ ଥିବା ପୋଷ୍ଟ ସପି ରେ ବକ୍ରି ହୁଏ।
 
    ✒..... ଡାକଟିକଟର ପ୍ରଚାର  ପ୍ରସାର ଓ ବିକ୍ରି ପାଇଁ ସାରା ଭାରତରେ ଡାକ ବିଭାଗ ତରଫରୁ  ଏକାଧିକ ଫିଲାଟେଲି ବ୍ୟୁରୋ କାର୍ଯ୍ୟ କରୁଅଛି । ସେଥିରେ ସବୁ ବର୍ଗର ପିଲା ଓ  ଲୋକମାନେ ଆକାଉଣ୍ଟ ଖୋଲିପାରିବେ। ଯାହା ଦ୍ୱାରା ଡାକ ବିଭାଗ ଦ୍ୱାରା ପ୍ରକାଶିତ ବିଭିନ୍ନ ଡାକଟିକଟ , ପ୍ରଥମ ଦିବସ କଭର , ସ୍ପେସାଲ କଭର ଇତ୍ୟାଦି ଗ୍ରାହକଂକ ଘରକୁ ବିନା ଡାକ ଖର୍ଚରେ ପଠାଯାଏ ।
 
   ✒.....କିଛି ଡାକଘରେ ମଧ୍ୟ ରେଳ ଟିକେଟ ବୁକିଂ କରାଯିବାର ସୁବିଧା ଅଛି , ଏବେ ଡାକଘରେ ଭାରତ ସରକାର ଜନସାଧାରଣଂକ ସୁବିଧା ପାଇଁ ପାସ୍ ପୋର୍ଟ ସୁବିଧା ଉପଲବ୍ଧ କରାଇଛନ୍ତି।
 
     ✒.....ଜାଣି ଖୁସିହେବ , କିଛି ଦିନ ତଳେ , ଡାକବିଭାଗରେ ଆଧାର କାର୍ଡ ସୁବିଧା ଆରମ୍ଭ କରାଯାଇଛି , ଯାହା ଦ୍ୱାରା ଭାରତୀୟ ମାନେ ନିଜର ନୂଆ ଆଧାର ପଂଜୀକରଣ ଓ ସଂଶୋଧନ ଡାକଘରେ କରିପାରିବେ ।
 
 ✒..... ଡାକଘରେ ମଧ୍ୟ ଟେଲିଫୋନ୍ ବିଲ୍ , ବିଦ୍ୟୁତ୍ ବିଲ୍ ,ପାଣି ବିଲ୍ , ବିଭିନ୍ନ କଲେଜ ର ଫର୍ମ ଆଦି ବିକ୍ରି କରାଯାଏ । 
 
    ✒..... ଏବେ ଡାକଘରେ ଅନଲାଇନ୍ ସୁବିଧାରେ ସବୁ ସୁବିଧା ଉପଲବ୍ଧ । ଏବେ ସାରା ଭାରତରେ ସବୁ ପୋଷ୍ଟ ଅଫିସକୁ କୋର ବ୍ୟାଂକିଂଗ ସେବା ଦ୍ୱାରା ଯୋଡାଯାଇଛି । ୯୮୦ ରୁ ଅଧିକ ଡାକଘେର ଏଟିଏମ୍ ଖୋଲାଯାଇଛି । ଆଗକୁ ଆହୁରି ଏଟିମ୍ ଖୋଲାଯିବାର ଯୋଜନା ଅଛି । ଡାକଘର ଏଟିଏମ୍ ଗୁଡିକ ଅନ୍ୟ ବ୍ୟାଙ୍କ ଏଟିଏମ୍ ରେ ମଧ୍ୟ କାର୍ଯ୍ୟ କରାଯିବାର ସୁବିଧା କରାଯାଇଛି ।
 
 ✒.....ରେଜିଷ୍ଟର୍ଡ ଡାକ, ସ୍ପିଡ୍ ପୋଷ୍ଟ , ମନିଅର୍ଡର , ସିଓଡି ପାର୍ସଲ, ରେଜିଷ୍ଟର୍ଡ ପାର୍ସଲ ଆଦିର ବିତରଣ ଏବେ ନୂତନ ଭାବରେ ଅନ୍ଲାଇନ୍ ରେ ମୋବାଇଲ ଆପ୍ ଦ୍ୱାରା ବିତରଣ କରାଯାଉଛି । ଯାହାଦ୍ୱାରା ଆମ୍ଭେମାନେ ନିଜର ଡାକକୁ ଡିଜିଟାଲ୍ ବ୍ୟବସ୍ତା ଦ୍ୱାରା ପାଇପାରୁଛେ ।
 
 ✒....ଏହି ସବୁ ବାଦ୍ ଆମର ଡାକଘରେ ଆଗକୁ ଆହୁରି ଅନେକ ସୁବିଧା ମିଳିବାକୁ ଯାଉଛି । ଏବେ ବୁଝିପାରିଲ ଡାକଘର ଓ ଚିଠିବକ୍ସ ର କାର୍ଯ୍ୟକାରୀତା । ଏତକ ଶୁଣି ବେବି କହିଲା , "ଡାକଘରେ ଏତେ ସବୁ ଜିନିଷ ହୁଏ । ମୁଁ ଜାଣିନଥିଲି । ଧନ୍ୟବାଦ୍ ସାର୍ ।"ତାପରେ ସେହି ସାର୍ ବେବିକୁ ଗୋଟିଏ ପେନ୍ ଓ ଏକ ଲଫାପାଟିଏ ଦେଇ କହିଲେ ଏଥିରେ ତୁମେ ଭାରତୀୟ ଡାକ ବିଭାଗ ଦ୍ୱାରା କରାଯାଉଥିବା ପ୍ରବନ୍ଧ ପ୍ରତିଯୋଗିତା ପାଇଁ ପ୍ରବନ୍ଧ ଲେଖି ପଠାଇପାରିବ । ପ୍ରବନ୍ଧର ବିଷୟ "ମୋର ପ୍ରିୟ ବାପୁ , ତୁମେ ମୋତେ ଅନୁପ୍ରାଣିତ କରିଛ" (My dear Bapu,  You Inspire Me). 
 
    ✒..... ହସ ହସ ମୁହଁ ରେ ମୁଁ ଓ ବେବି ଡାକଘର ଲୋକଙ୍କୁ ଧନ୍ୟବାଦ ଦେଇ ଘରକୁ ଫେରିଲୁ ।
**********😊**********

No comments:

Post a Comment