Latest Posts

Loading...

Tuesday, October 10, 2017

ଭାରତୀୟ ଡାକ...... ସେବାରେ

ଶ୍ରୀ ସୌମିତ୍ରି ମିଶ୍ର
     ଆରେ ଶୁଣୁଛ ରାମ କହୁଥିଲା କାଲି ବ୍ୟାଙ୍କ ଛୁଟି ତୁମେ ଟିକେ ଆଜି ପଇସା ଜମା କରିଦେଲେ ହୁଆନ୍ତାନି ତୁମର ସବୁବେଳେ ସେ ତରତର ହେବା ଗୁଣ ଟା ଗଲାନି ଆଜି ନହେଲେ କାଲିହେବ , ନହେଲେ ପହରଦିନ ହେବ ଏତେ ବ୍ୟସ୍ତ  କାହିକି ? ସକାଳୁ ସକାଳୁ ତ୍ରିପାଠୀ ବାବୁ ଆଉ ତାଙ୍କ ଧର୍ମପତ୍ନୀ ଏମିତି ଝଗଡା କରୁ କରୁ ପଡିଶା ଘର  ସାହୁ ବାବୁ ଆସି ପହଞ୍ଚିଲେଏହାପରେ ତ୍ରିପାଠୀ ବାବୁ ଚୁପ ହେଇଗଲେ । ସାହୁ ବାବୁ ପଚାରିଲେ କଣ କେମିତି ଅଛନ୍ତି । ଭଲ ଅଛି । ଆଉ ପିଲାମାନେ କଇଁ ଦେଖା ଯାଉନାହାନ୍ତି । ସେମାନେ ଟିକେ ପୂଜା ଚୁତିରେ ମାମୁ ଘରେ ଅଛନ୍ତି । କାଲି ଆସିବେ । ଆରେ ମିତା ସାହୁ ବାବୁ ଆସିଛନ୍ତି । ଟିକେ ଚା ଆଣ । ଏହା ଶୁଣି ସାହୁ ବାବୁ କହିଲେ ନାମ ଚା କଣ ହେବ । ମୁଁ ଏପଟେ ମର୍ନିଂ ୱାକ ରେ ଯାଉଥିଲି ତ ଭାବିଲି କେତେଦିନ ହେଲା ପିଲାମାନଙ୍କୁ ଟିକେ ଦେଖିଣି ତେଣୁ ତାଙ୍କୁ ଦେଖିବାକୁ ଚାଲିଆସିଲି । କିନ୍ତୁ ସେମାନେ ତ ଆସିନାହାନ୍ତି , କାଲି ଆସିଲେ ଦେଖାହେବ ।  ଆରେ ସେମିତି କେମିତି ହେବ ପିଲାମାନେ ନାହାନ୍ତି ବୋଲି ଆପଣ ପଳେଇବେ । ରୁହନ୍ତୁ ଟିକେ କଥା ହେବା । ଦେଖୁନାହାନ୍ତି ସକାଳୁ ସକାଳୁ ମିତା ମୋ ସାଙ୍ଗରେ ଝଗଡା କରୁଛି, କହୁଛି ବ୍ୟାଙ୍କ କାଲି ବନ୍ଦ ହେଇଯିବ ଆଜି ପଇସା ରାଖୀ ଦେଇଆସିବା । ତର ଏକ ଜିଦ ଆଜି ଯିବ । ଏହା ଶୁଣି ସାହୁ ବାବୁ କହିଲେ, ବ୍ୟାଙ୍କ କାହିଁକି? ତୁମ ଘର ପାଖରେ ତ ଡାକଘର ଅଛି । ସେଠାରେ ରଖିଦଉନ । ଡାକଘର?? ସେଠାରେ ବି ରଖିହେବା । କଣ ତ୍ରିପାଠୀ ବାବୁ ତୁମ ଘର ପାଖରେ ଡାକଘର ଥାଉ ଥାଉ ତୁମେ ବ୍ୟାଙ୍କ ଯିବ । ତାଛଡା ଡାକଘରେ “ଡାକଘର ସ୍ୱଳ୍ପ ସଞ୍ଚୟ ଯୋଜନା” ଅଧୀନରେ ଅନେକ ଗୁଡାଏ ଜମା ଯୋଜନା ଅଛି । ବ୍ୟାଙ୍କ ଠାରୁ ବହୁତ ଭଲ ଯୋଜନା ଡାକଘରେ ଉପଲବ୍ଧ । ତାହା ପୁଣି ଆକର୍ଷଣୀୟ ସୁଧରେ । ଏହା ଶୁଣି ତ୍ରିପାଠୀ ବାବୁ କହିଲେ ,”ଶୁଣୁଛ, ଆସ ଆସ ସାହୁ ବାବୁ ଙ୍କ ଠାରୁ ଶୁଣ । କିଛିନବୁଝି ଖାଲି ମୋ ସଙ୍ଗେ ଝଗଡା । ପଇସା ଆଜି ଡାକଘରେ ରଖିଦେବା । ଅଜିଠୁ ବ୍ୟାଙ୍କ ଯିବା ବନ୍ଦ । ତୁମର ସମୟବିବଞ୍ଚିବ । ମୁଁ ବି ଆଉହଇରାଣ ହେବିନି । ସାହୁ ବାବୁ ଙ୍କଠାରୁ ସବୁବୁଝ , ମୋରଡେରି ହେଲାଣି ମୁଁ ଯାଉଛି ।


  କିଛି ସମୟପରେ ଚା କପ ଧରି ମିତାଦେବୀ ଆସିଲେ ଓ ସାହୁବାବୁଙ୍କୁ ଚା କପ ଟି ବଢାଇଦେଇ କହିଲେ କଣକହୁଥିଲେ ମୋତେ ଟିକେ କହିଲେ, ନହେଲେ ତାଙ୍କ ଉପରେ ସବୁ ବେଳେ ନିର୍ଭର କରିବାକୁ ପଡୁଛି । ଆରେ ନାହିଁ , ସେମିତି କିଛି ନୁହ । ତ୍ରିପାଠୀ ବାବୁ ପଇସା ରଖିବା କଥା କହୁଥିଲେ ତ, ମୁଁ କହିଲି ଘର ପାଖେ ଡାକ ଘର ଥାଉ ଥାଉ ବ୍ୟାଙ୍କକଇଙ୍କି ଯିବ । ଠିକ ଅଛି । ମୋତେ ତାହେଲେ ଟିକେ କୁହନ୍ତୁ , ଡାକ ଘର ବିଷୟରେ ମୁଁ ବି ପିଲାଙ୍କ ପାଇଁ କିଛି ପଇସା ରଖିବା ପାଇଁ ଚାହୁଛି । ନହେଲେ ୟାଙ୍କର ଯେମିତି ଖର୍ଚ ପିଲାଙ୍କ ପାଇଁ କିଛି ରାଖୀ ପାରିବେନି । ଏହା ଶୁଣି ସାହୁବାବୁ କହିଲେ ହାଉ ମୁଁ କହୁଛି ଶୁଣ । କେନ୍ଦ୍ର ସରକାରଙ୍କ ସର୍ବପୁରାତନସରକାରୀସଂସ୍ଥା ହେଊଛି ଡାକ ବିଭାଗ । ଏଥିରେ  “ଡାକ ଘର ସ୍ୱଳ୍ପ ସଞ୍ଚୟ ଯୋଜନା “ ଅଧୀନରେ ଅନେକ ଯୋଜନା ଅଛି । ସେଗୁଡିଆ ହେଲା

      ୧) ଡାକଘର ସଞ୍ଚୟ ଖାତାଯୋଜନା (ପୋଷ୍ଟ ଅଫିସ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ)।

      ୨) ୧ /୨/୩/୫ ବର୍ଷିଆ ଅବଧୀ ଜମା ଯୋଜନା( ଟି. ଡି ଆକାଉଣ୍ଟ) ।

     ୩) ଡାକ ଘର ଆର .ଡି  ଜମା ଯୋଜନା ( ପୋଷ୍ଟଅଫିସ ଆର . ଡି ଆକାଉଣ୍ଟ) ।

    ୪)  ୫ ବର୍ଷିଆ ଜାତୀୟ ସଞ୍ଚୟ ସାର୍ଟିଫିକେଟ ( ୫ ବର୍ଷୀୟ ଏନ.ଏସ.ସି )।

    ୫)  କିଷାନବିକାଶ ପତ୍ର( କେ.ଭି.ପି)।

   ୬) ମାସିକ ଆୟ ଯୋଜନା(ଏମ. ଆଇ.ସ)।

   ୭) ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ।

   ୮)ବରିଷ୍ଠ ନାଗରିକ ଜମା ଯୋଜନା ।

 ୯) ପବ୍ଲିକ ପ୍ରୋଭିଡେଣ୍ଟ  ଫଣ୍ଡ ଆକାଉଣ୍ଟ ।

    
୧) ଡାକଘର ସଞ୍ଚୟ ଖାତାଯୋଜନା (ପୋଷ୍ଟ ଅଫିସ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ)


    ତୁମେ ଯେଉଁ ପଇସାରଖିବାକୁ ତ୍ରିପାଠୀ ବାବୁଙ୍କୁକହୁଥିଲା । ସେହି ବ୍ୟାଙ୍କ ଆକାଉଣ୍ଟ ଭଳି ଡାକଘରେ ଏମିତିଆକାଉଣ୍ଟ ଖୋଲାଯାଇପାରିବା । ସିଂଗଲ,ଜୟେନ୍ଟ ଏ ଓ ବି ଖୋଲିପାରିବା । ଏବେ ସଞ୍ଚୟ ଖାତା ରେ ଡାକ ଘରେ ମାଗଣାରେ ଏଟିଏମ ବିମିଳୁଛି । ମାତ୍ର 50 ଟଙ୍କା ରେଆକାଉଣ୍ଟଖୋଲାଯାଇପାରିବା । ନିଜର ଆଧାର ଓ ଅନ୍ୟ ସବୁ କେ. ୱା.ସି ଦେଇ ଏହିଆକାଉଣ୍ଟ ଖୋଲିହେବା ।ଏଥିରେ ମିଳୁଥିବାଏଟିଏମ ରୁଉଭୟ ବ୍ୟାଙ୍କ ଓ ଡାକଘର ଏଟିଏମ ରୁଟଙ୍କା କାଢିହେବ । ଏଥିରେ ବାର୍ଷିକ 4% ସୁଧ ମିଳେ। ଏହା ସହନିଜ ମୋବାଇଲନମ୍ବର ରେ ମାଗଣା ରେ ଏସଏମଏସ ଆସିବାର ସୁବିଧା ବି ଅଛି। ନୋମିନୀସୁବିଧା ଉପଲବ୍ଧ।



୨) ୧ /୨/୩/୫ ବର୍ଷିଆ ଅବଧୀ ଜମା ଯୋଜନା( ଟି. ଡି ଆକାଉଣ୍ଟ) ।


  ଏହା ଆଉ ଏକ ଆକର୍ଷଣୀୟ ଜମା ଯୋଜନା । ଏହା ୧/୨/୩/୫ ବର୍ଷୀୟ ବିଭିନ୍ନ ଭାବରେଅଛି । ସର୍ବନିମ୍ନ ୨୦୦ ଟଙ୍କା ରୁ ଆରମ୍ବ । ସର୍ବାଧିକସୀମା ନହିଁ । ଏହାର ସୁଧ ୧ ବର୍ଷ ପାଇଁ- ୬.୮ , ୨ ବର୍ଷ ପାଇଁ-୬.୯ , ୩ ବର୍ଷ ପାଇଁ-୭.୧, ୫ ବର୍ଷ ପାଇଁ- ୭.୬ % ଅଛି । ୬ ମାସ ପରେ ପଇସା ଦରକାର ପଡିଲେ ବି ପଇସା କାଢି ହେବ, କିନ୍ତୁ ଟିକେ ସୁଧ କମିଯିବା । ଏହାର ସୁଧ ଚକ୍ରବୃଦ୍ଧି ହେଇ ମିଳେ । ୫ ବର୍ଷୀୟ ଜମା ରେ ଆୟକରରିହାତି ବି ରହିଛି । ଏଥିରେ ମଧ୍ୟ ନୋମିନୀ ସୁବିଧା ଅଛି।


୩) ଡାକ ଘର ଆର .ଡି  ଜମା ଯୋଜନା ( ପୋଷ୍ଟଅଫିସ ଆର . ଡି ଆକାଉଣ୍ଟ) ।


  ଆରଡ଼ି ଆକାଉଣ୍ଟ ଡାକଘରର ଆଉ ଏକ ଭଲ ଯୋଜନା । ଏଥିରେ ସର୍ବ ନିମ୍ନ ୧୦ ଟଙ୍କା ରଖିହେବା। ସର୍ବାଧିକ ସୀମା ନହିଁ । ଏଥିରେ ପ୍ରତି ମାସରେ ପଇସା ଜମା କରିବାକୁ ହୁଏ ।ପାଞ୍ଚ ବର୍ଷ ପରେ ସୁଧସହ ପଇସା ଦିଆଯାଏ । ଗ୍ରାହକ ଚାହିଁଲେ ତାହାକୁ ୧୦ ବର୍ଷ ପର୍ଜନ୍ତ ଚଳେଇପାରିବା । ଏଥିରେ ଏବେ ସୁଧ ୭.୧ % ଅଛି । ତାହାକୁ ଏସବି ଆକାଉଣ୍ଟ ସହ ଲିଙ୍କ କରିଦେଲେ ପଇସାପ୍ରତିମାସରେ ମନକୁ ମନ ଜମା ହେଇଯିବା । ୧ ବର୍ଷ ପରେ ପଇସା ଦରକାର ପଡିଲେ ଏଥିରୁ ମୂଳ ଜମା ର ୫୦% ଲୋନ କରିହେବ । ୩ ବର୍ଷ ପରେ ବି ଅସୁବିଧା ସମୟରେ ଆକାଉଣ୍ଟ ବନ୍ଦ କରି ଏସବି ସୁଧ ରେ ପଇସା ମିଳିପାରିବ। ନୋମିନି ସୁବିଧା ମଧ୍ୟ ଅଛି


୪)  ୫ ବର୍ଷିଆ ଜାତୀୟ ସଞ୍ଚୟ ସାର୍ଟିଫିକେଟ ( ୫ ବର୍ଷୀୟ ଏନ.ଏସ.ସି )।


  ୫ ବର୍ଷୀୟ ଜାତୀୟ ସଞ୍ଚୟ ସାର୍ଟିଫିକେଟ ଯୋଜନା ଅଧୀନରେ ତୁମେ ୫ ବର୍ଷପାଇଁ ପଇସାରଖିପାରିବ । ଏଥିରେ ସୁଧ ହାର ଅଛି ୭.୮% ଯାହା ପ୍ରତି ୬ ମାସ ରେଚକ୍ର ବୃଦ୍ଧିହେଇ ହିସାବ କରାଯାଏ। ଏଥିରେ ଆଯ କର ରିହାତି ଅଛି । କିନ୍ତୁ ଏହା ଦରକାର ପଡିଲେ ଅଧ ରୁ ଭାଙ୍ଗିନ ହେବ ନହିଁ। କିନ୍ତୁ ଏହାକୁ ବ୍ୟାଙ୍କରେ ବନ୍ଧାରଖୀ ଲୋନକରି ହେବ । ସର୍ବାଧିକ ସୀମା ନହିଁ। ନୋମିନି ସୁବିଧା ଅଛି।


୫)  କିଷାନବିକାଶ ପତ୍ର( କେ.ଭି.ପି)।


କିଶାନ ବିକାଶପତ୍ର ଯୋଜନା ଭାରତ ସରକାରଙ୍କଆଉ ଏକ ଭଲ ଯୋଜନା । ଏହାର ଜମା ଅବଧି ୯ ବର୍ଷ୭ମାସ । ଏଥିରେ ଆମେ ଯେତିକିପଇସା ରଖୁ ଜମା ଅବଧି

ପୁରାହେଇଗଲେ ତାହାର ଦୁଇଗୁଣପଇସା ମିଳେ। ଏଥିରେ ମାଧେ ସର୍ବାଧିକ ସୀମା ନହିଁ। ଏଥିରେ ସୁଧ ୭.୫ % ଅଛି। ଯାହାପ୍ରତି ୬ ମାସରେ ଚକ୍ରବୃଦ୍ଧି ହିସାବରେ ବାର୍ଷିକ ହିସାବ କରାଯାଏ।୨.୫ ବର୍ଷ ପରେ ମଧ୍ୟ ପଇସା ଦରକାର ପଡିଲେ ଭଙ୍ଗୀ ହୁଏ । ତଛଡା ଏହାକୁ ମଧ୍ୟ ଦରକାର ସମୟରେ ବ୍ୟାଙ୍କ ରେ ବନ୍ଧା ରଖି ଲୋନନେଇ ହେବ । ଏଥିରେ ମଧ୍ୟ ନୋମିନି ସୁବିଧା ଅଛି।


୬) ମାସିକ ଆୟ ଯୋଜନା(ଏମ. ଆଇ.ସ)।


 ମାସିକ ଆୟ ଯୋଜନା ଅଧୀନରେ ଜେନ ସିଂଗଲ ଆକାଉଣ୍ଟ ରେ ସର୍ବାଧିକ ୪.୫ ଲକ୍ଷ ଓ ଜୟେନ୍ଟ ଆକାଉଣ୍ଟ ରେ ୯ ଲକ୍ଷ ଟଙ୍କା ରଖିହେବା । ଯୌଥିରେମାସିକ  ୭.୫ % ହିସାବରେ ସୁଧମିଳେ। ଯାହା ଗୋଟିଏ ପେନସନ ଯୋଜନା ଭଳି । ସର୍ବନିମ୍ନ ୧୫୦୦ ଟଙ୍କା ରଖିହେବା । ଏଥିରେ ମିଳୁଥିବା ସୁଧ କୁ ଏସବିଆକାଉଣ୍ଟ ସହିତଲିଙ୍କ କରିଦେଲେ ତାହାସିଧା ସଳଖ ଏସବିଆକାଉଣ୍ଟ ରେ ଜମା ହେଇଯିବା । ନୋମିନି ସୁବିଧା ମଧ୍ୟ ଅଛି।


୭) ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ।


   ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଡାକଘର ର ଅନ୍ୟ ଏକ ଯୁଗାନ୍ତକରି ଯୋଜନା । ଏହା “ବେଟୀ ବଚାଓ ବେଟୀ ପଢ।ଓ “ ଆନ୍ଦୋଳନ ର ଏକ ଅଂଶବିଶେଷ । ଏହା ଜନ୍ମ ରୁ ୧୦ ବର୍ଷପର୍ଜନ୍ତ ସମସ୍ତ କନ୍ୟା ସନ୍ତାନ ମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହାକୁ ପ୍ରଥମେ ୧୦୦୦ ଟଙ୍କା ଜମା କରି ଖୋଲି ହେବ । ଏହା ୨୧ ବର୍ଷ ପର୍ଜନ୍ତଚାଲିବ । ଏହା ପରେ ତାକୁ ବନ୍ଦ କରାଯାଇପାରିବ ।ଏଥିରେ ଶର୍କର ବାର୍ଷିକ ୮.୩ % ସୁଧ ପ୍ରଦନା କରୁଛନ୍ତି । ଝିଅର ପାଠପଢା ଓ ବାହାଘର ପାଇଁ ଉପଯୁକ୍ତ ପ୍ରମାଣ ଦେଇ ଅଧା ପଇସା ଉଠେଇହେବ। ବହଘର ପରେ ଝିଅ ଚାହିଁଲେଆକାଉଣ୍ଟ ବନ୍ଦ କରାଯାଇପାରିବ ।  ଏଇଟା ତୋର କୁନମୁନ ପାଇଁ ବହୁତ ବାଧ୍ୟ ହେବ ।


୮)ବରିଷ୍ଠ ନାଗରିକ ଜମା ଯୋଜନା ।


  ବରିଷ୍ଠ ନାଗରିକ ଜମା ଯୋଜନା ଅଧୀନରେ ୬୦ କିମ୍ବା ତାହାଠାରୁ ଅଧିକ କେହିବି ଭାରତୀୟନାଗରିକ ଆକାଉଣ୍ଟ ଖୋଲି ପାରିବ । ଏଥିରେ ସର୍ବନିମ୍ନ ୧୦୦୦ ଟଙ୍କା ଓ ସର୍ବାଧିକ ୧୫ ଲକ୍ଷ ଟଙ୍କା ରଖିହେବ । ଏହାର ସୁଧ ପ୍ରତି ତିନି ମାସରେ ମିଳେ। ଏହାର ସୁଧ ହାର ରହିଛି ୮.୩ % । ଏହି ଖାତା କୁ ମଧ୍ୟ ଏସବି ଆକାଉଣ୍ଟ ସହିତ ଲିଙ୍କ କରି ହେବ, ଯାହା ଫଳରେ ଏହାର ସୁଧ ସିଧାସଳଖ ଏସବି କୁ ଚାଲିଯିବା। ଏଥିରେ ନୋମିନି ସୁବିଧା ମଧ୍ୟ ଅଛି।





୯) ପବ୍ଲିକ ପ୍ରୋଭିଡେଣ୍ଟ  ଫଣ୍ଡ ଆକାଉଣ୍ଟ ।


ପିପିଏଫ ଅନ୍ୟ ଏକ ଭଲ ଯୋଜନା।ଏହାର ଅବଧି୧୫ ବର୍ଷ । ଏଥିରେ ସର୍ବନିମ୍ନ ୫୦୦ ଟଙ୍କା ଦେଇ ଆକାଉଣ୍ଟ ଖୋଲାଯାଇପାରିବ ।ବର୍ଷକୁ ସର୍ବାଧିକ ୧୫୦୦୦୦ ଟଙ୍କା ଜମା କରାଯାଇପାରିବବର୍ଷକୁ ସର୍ବନିମ୍ନ ଠାରେ ଓ ସର୍ବାଧିକ ୧୨ ଥର ଜମା କରିହେବ। ଏଥିରେ ସୁଧ ହାର ରହିଛି- ୭.୮% ।ଏଥିରେ ଜୟେନ୍ଟ ଆକାଉଣ୍ଟଖୋଲାଯାଇପାରିବ ନହିଁ। ଜମା ବଢି ୧୫ ବର୍ଷ । ଯାହା ୧୫ ବର୍ଷ ପୂରିବା ର ୧ ବର୍ଷ ମଧ୍ୟ ରେ ଆହୁରି ୫ ବର୍ଷ କୁ ବଧ ଯାଇପାରିବ। ଏଥିରେ ମୂଳ ଓ ସୁଧ ବାବଦକୁ ମିଳୁଥିବା ପଇସା ଆୟକର ମୁକ୍ତ। ଏଥିରେ ମଧ୍ୟ ଆୟକର ଛାଡ ସୁବିଧା ଓ ନୋମିନି ସୁବିଧାଉପଲବ୍ଧ ଅଛି । ଜମା କରିବାର ୭ମ ବର୍ଷରୁ ପଇସା ଉଠେଇ ହେବ ଓ ୩ ବର୍ଷ ପରେ ଲୋନ ସୁବିଧା ଅଛି। କିନ୍ତୁ ଏହି ଆକାଉଣ୍ଟ କେବଳ ଡବଲ ହାଣ୍ଡ ଡାକଘର ବ ତାଠୁ ବଡ ଡାକ ଘରେ ଖୋଲି ହେବ କିନ୍ତୁ ଜମା ସବୁଥି କରିହେବ। ଏହାକୁ ବ୍ୟାଙ୍କକୁ ମଧ୍ୟ ଟ୍ରାନଫର କରିହେବ ଓ ବ୍ୟାଙ୍କ ରୁ ମଧ୍ୟ ଡାକଘରକୁ ଟ୍ରାନ୍ସଫର କରି ହେବ।


        ଏହା ବାଦ ଡାକ ଘରେ ଜନସୁରକ୍ଷା ଯୋଜନା ଅଧୀନରେ ଅପି(ଅଟଳ ପେନସନ ଯୋଜନା) , ପ୍ରଧାନ ମନ୍ତ୍ରୀ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ମଧ୍ୟ ଉପଲଭ୍ଡ । ବଡ ବଡ ଡାକଘରେ  ମଧ୍ୟ ଏନପିଏସ(ଜାତୀୟ ପେନ୍ସନ ଯୋଜନା) ସୁବିଧା ଚାଲୁଅଛି। । 

     ଏତକ ସୁନିଲା ପରେ ମିତା ଦେବୀ କହିଲେ, ଏତେ ସବୁ ସୁବିଧା ଡାକ ଘରେ ଅଛି । ମୁଁ ଆଜି ଡାକଘରେ ଖାତା ଟିଏ ଖୋଲିବି। ମୋତେ ଟିକେ ଆଗରୁ କହିଲେନି । ତଥାପି ବହୁତ ଧନ୍ୟବାଦ। ଯାହା ହେଉ ଆପଣଙ୍କ ପାଇଁ ମୋତେ ବହୁତ ସମସ୍ୟାରୁ ମୁକ୍ତି ମିଳିଲା ଓ ଡାକଘର ବିଷୟୟରେ ବହୁତ କିଛି ଶୁଣିବାକୁ ଓ ଜାଣିବାକୁ ପାଇଲି।  ଏହାପରେ ସାହୁ ବାବୁ କହିଲେ ଆହୁରି ବହୁତ କଥା ଅଛି ଆଉ କେତେ ବେଳେ କହିବି । ଆସୁଛି ମା । ଆରେ ହଁ, ଆଜି ପର ସାରା ଭାରତରେ ଡାକ ବିଭାଗ ଜାତୀୟ ଡାକ ସପ୍ତାହ ଉପଲକ୍ଷେ “ BANKING DAY”  ଜମା ଦିବସ ପାଳୁଛି ।


      ଆଜି ପୋଷ୍ଟ ଅଫିସ ଯାଇକି ଆକାଉଣ୍ଟ ଖୋଲିଦେଇ ଆସିବୁ । ମୁଁ ଆସୁଛି । ଶୁଭସ୍ୟ ଶୀଘ୍ରମ ।

  
ଜମା ଦିବସ (BANKING DAY)



© ଶ୍ରୀ ସୌମିତ୍ରି ମିଶ୍ର

ସା.ପୋ- ସୁନ୍ଦରଗ୍ରାମ

ଜିଲ୍ଲା-କଟକ

ପିନ-୭୫୪୦୦୨

ଓଡିଶା

(ବି.ଦ୍ର- ଭାରତୀୟ ଡାକ ଦ୍ଵାରା ପାଳନ କରାଯାଉଥିବା ଜାତୀୟ ଡାକ ସପ୍ତାହ ଉପଲକ୍ଷେ ମୋର ଛୋଟିଆ ପ୍ରବନ୍ଧ ଆଜିର “ଜମା ଦିବସ (BANKING DAY)” ପାଇଁ ଆପଣମାନଙ୍କ ପାଇଁ)


No comments:

Post a Comment