Latest Posts

Loading...

Wednesday, July 26, 2017

ଡାକବାଲା

ମିଲନ କୁମାର ସାହୁ
ଶାଖା ଡ଼ାକପାଳ, ବଙ୍ଗିଦା
 କାନ୍ଧରେ ଧରି ମାଟିଆ ଥଳି ଦେଖ ସେ ଆସୁଥାଏ ।
ଘର ଘର ସେ ବୁଲି ବୁଲିକା ସ୍ନେହ ତା ବାଣ୍ଟି ଯାଏ ।।

ସୁଖ ଦୁଃଖ କୁ ଚିଠିରେ ଲେଖି ପଠାଇ ଦିଏ ସୈନିକ ପୁଅ ।
ଚିଠି ପାଇ ନୂଆ ବୋଉର ମନେ ଖେଳେ ଖୁସିର ସୁଅ ।।

ପୋଷ୍ଟ କାର୍ଡ଼ରେ ଲେଖି ଦେଲି ମୁଁ ପଠାଅ ଭାଇ ପଇସା ।
ମନି ଅର୍ଡର ଘରେ ମୋ ଦେଇ ଗଲେ ଡାକ ବାଲା ମଉସା ।।

ସୁଖ ଦୁଃଖ ର ଖବର ବୋହି ଆଣିଥାଏ ଡାକବାଲା ଟି ।
ଚିଠି ପାରସଲ ଟଙ୍କା ଘରେ ସେ ଦିଏ ତା ସରି କେହି ନାହିଁ ଟି ।।

ଲଫାପାରେ ମୁ ସେନେହ ଭାରି ଯେବେ ଡାକ ବାକ୍ସେ ଦିଏ ପକାଇ ।
ଡାକବାଲା କୁ ଭରସି ମୁହିଁ ମନି ଅର୍ଡର କରି ଦେଲି ଟଙ୍କା ପଠେଇ ।।

ଦୁଃଖ ସୁଖ କୁ ଟଙ୍କା ଜମା କରେ ମୁଁ ଡାକ ଘର କୁ ଯାଇ ।
ବତାଇ ଦିଏ ସେ ସଠିକ ବାଟ ସଭିଙ୍କ ମନ ଜିଣଇ  ।।

ଘରେ ଘରେ ସେ ସଭିଙ୍କୁ ଜଣା ଥଳିରେ ତାର ଡାକ ଟିକଟ ଥାଏ ।
ନିଧି ମଉସା ଅପାଠୁଆ ବୋଲି ଡାକବାଲା ଚିଠି ତା ପୁଅ ପାଖକୁ ଲେଖି ଦିଏ।।

ପଢି ଶୁଣାଏ ଯେବେ ନିଧି ମଉସା ପୁଅ ଉତ୍ତରେ ଚିଠି ପଠାଏ ।
ସେ ଚିଠିଟିକୁ ପଢି ଦେବାରୁ ନିଧି ମଉସା ଆୟୁଶ ଯାଚି ଦିଏ ।।

ଡ଼ାକ ବାଲା ମୋ ସଭିଙ୍କ ପ୍ରିୟ ସବୁରି ମୁଖେ ଫୁଟାଇ ଦିଏ ହସ ।
ଶୀତ କାକରେ ବରଷା ଖରାରେ କର୍ମ କରୁଥାଏ ନଥାଏ ତାର ଶେଷ।।

No comments:

Post a Comment