Latest Posts

Loading...

Wednesday, October 11, 2017

ଡାକ ଜୀବନ ବୀମା ଦିବସ

  • ଶ୍ରୀ ସୌମିତ୍ରି ମିଶ୍ର
ସା. / ସା.ପୋ- ସୁନ୍ଦରଗ୍ରାମ, ଜିଲ୍ଲା-କଟକ
ପିନ-୭୫୪୦୦୨,  ଓଡିଶା

     ✒ ଭାଇ ଭାଇ ଟିକେ ଶୁଣିବେ କି? ବାଲେଶ୍ଵର ଟାଉନ ହଲ ରେ ଆଜି ଡାକ ବିଭାଗ ତରଫରୁ ଗୋଟେ ଜୀବନ ବୀମା ଉପରେ କଣ ଗୋଟେ ସଭା ହେଉଥିଲା , କିଛି ଜାଣିଛ କି ? ନାଇଁ ତ । କିନ୍ତୁ ହଁ ରମେଶ କୁ ପଚାରିଲେ ସେ ସଠିକ କଥା କହିପାରିବ । ହଉ ହଉ ତୁମେ ଯାଅ ମୁଁ ତାଠାରୁ ବୁଝିବି । ସେ କେତେବେଳେ ଆସିବ ? ସେ ଆସୁଥିବ । ଟିକେ ଅପେକ୍ଷା କର, ହେଇ ରମେଶ ଆସିଲାଣି , ଯାହା ବୁଝିବ ବୁଝ , ମୁଁ ଯାଉଛି । ଆରେ ରମେଶ ଟାଉନ ହଲ ରେକଣ ହାଉଥିଲା କିରେ ? ଏହା ଶୁଣି ରମେଶ କହିଲା ଡାକବିଭାଗ ତରଫରୁ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଆଜି “ ଡାକ ଜୀବନ ବୀମା ଦିବସ” ପାଳନ କରାଯାଉଛି । ସେଥିପାଇଁ ଡାକବିଭାଗ ତରଫରୁ ବାଲେଶ୍ଵର ଟାଉନ ହଲ ରେ ବିଭାଗ ତରଫରୁ ଆଜି ଗୋଟେ କର୍ମଶାଳା ର ଆୟୋଜନ କରଯାଇଥିଲା । ହେଲେ ତମେ ସେସବୁ ବୁଝିପାରିବନି । ଆରେ ଟିକେ ଶୁଣୁ ମ । ତୁ ଯାହା ବୁଝିଲୁ ମୋତେ ଟିକେ କହୁନୁ , ମୁଁ ଟିକେ ଶୁଣେ । ତୁ ଯଦି ପାଠ ଷIଠ ପଢି ଆମକୁ ବୁଝେଇନପାରିବୁ ତାହେଲେ ଆମେ ଆଉ କାହାକୁ ପଚାରିବୁ । ତୁମର  ତ ସେହିଭଳି କଥା ସବୁବେଳେ । ହଉ ବସ । ଆଜି କିନ୍ତୁ ତମେ ମୋତେ ଦହିବରା ଖାଇବାକୁ ଦେବ ଯଦି କହିବି । ହଉ ଦେବି । ହଉ ଶୁଣ । 

       ✒ ଆଜି ସେଠାରେ ବହୁତ ଲୋକ ଆସିଥିଲେ । ଡାକବିଭାଗ ର ବହୁତ ଅଫିସର ଓ କର୍ମଚାରୀ ବି ଥିଲେ । ମିଟିଂ ଆରମ୍ବ ହେଲା । ଡାକବିଭାଗ ର ଜଣେ  କର୍ମାଚାରୀ ସମସ୍ତଙ୍କୁ ସମ୍ବୋଧନ କରି ପିଏଲଆଇ ବିଷୟରେ କହିଲେ । ଆରେ ଜାଣିଛ ପିଏଲଆଇ ହେଉଛି ଦେଶର ସର୍ବପୁରାତନ ଜୀବନ ବୀମା । ଯାହା ପ୍ରଥମେ ୦୧.୦୨.୧୮୮୪ ମସିହା ରେ ଆରମ୍ଭ କରଯାଇଥିଲା । ଏହା ମୂଳତଃ  ୧୮୮୧ ରେଏକ ରାଜ୍ୟ ବୀମା ରୂପେ ଚାଲିଥିଲା ଯାହାକୁ ତତ୍କାଳୀନ ଡିରେକ୍ଟର ଜେନେରାଲ , ପୋଷ୍ଟ ଏଫ .ଆର.ଫଗ ଡାକ କର୍ମଚାରୀ ଙ୍କ ହିତ ପାଇଁ ଆରମ୍ଭ କରାଯାଇଥିଲା ଯାହା ପର ମୁହୂର୍ତରେ ୧୮୮୮ ଟେଲିଗ୍ରାଫ କର୍ମଚାରୀ ଙ୍କ ପାଇଁ ମଧ୍ୟ ଉପଲବ୍ଧ ହେଲା । ୧୮୯୪ ପୁନର୍ବାର ଡାକ ଓ ତାର ବିଭାଗ ର ସମସ୍ତ ମହିଳା କର୍ମାଚାରୀ ମାନଙ୍କ ପାଇଁ ଉପଲବ୍ଧ ହେଲା , ଯେତେବେଳେ କି କୌଣସି ବୀମା କମ୍ପାନି ମହିଳା ମାନଙ୍କୁ ବିମIଭୂତ କରାଇପାରିନଥିଲା । ଏହା ଆମଦେଶର ସର୍ବପୁରାତନ ବୀମା ।

   ✒ ପ୍ରାରମ୍ଭୀକ ସମୟରେ ଏହା ସର୍ବାଧିକ ୪୦୦୦ ଥିଲା ଯାହା ବର୍ତମାନ ୫୦୦୦୦୦୦ କୁ  ବଢାଇ ଦିଆଯାଇଛି । ବିଗତ ବର୍ଷ ମନଙ୍କରେ ପିଏଲଆଇ ଭାରତ ବର୍ଷ ରେ ନିଜର କାୟା ବିସ୍ତାର କରିସାରିଲାଣି । ଏବେ ଭାରତ ରେ ରହୁଥିବା କେନ୍ଦ୍ର , ରାଜ୍ୟ ସରକାରୀ କର୍ମଚାରୀ , ବ୍ୟାଙ୍କ, ଓ ଅନ୍ୟ ପବ୍ଲିକ ସେକ୍ଟର ରେ କାମ କରୁଥିବା କର୍ମଚାରୀ ସହିତ ସ୍କୁଲ , କଲେଜ , ଅଙ୍ଗନ୍ବାଡି ଆଦି ରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ପିଏଲଆଇ କରିପାରିବେ । ଡାକ ବିଭାଗର ନିୟମିତ କର୍ମଚାରୀ ସହ ଗ୍ରାମୀଣ ଡାକସେବକ ମାନେ ମଧ୍ୟ ଏହାକୁ କରିପାରିବେ । ଏହା ୧୮୩୮ ଇନସୁରାନ୍ସ ଆକ୍ଟ ର ସେକ୍ଶନ ୧୧୮ ସି ଓ ଏଲଆଇସି ଆକ୍ଟ ୧୯୫୬ ର ୪୪(ଡି)  ଅନ୍ତର୍ଗତ  କାର୍ଯ୍ୟ କରୁଛି ।

    ପିଏଲଆଇ ରେ ମୁଖ୍ୟତଃ ୭ ପ୍ରକାର ର ପଲିସି ଅଛି । ସେଗୁଡିକ ହେଲା-

୧) ହୋଲ ଲାଇଫ ଏଶିଓରେନ୍ସ (ସୁରକ୍ଷା)।
୨)ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ।
୩) କନଭର୍ଟିବିଲ ହୋଲ ଲାଇଫ ଏଶିଓରେନ୍ସ (ସୁବିଧା) ।
୪)ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସୁମଙ୍ଗଳ)।
୫) ଯୁଗଳ ସୁରକ୍ଷା ।
୬)ଭିନ୍ନକ୍ଷମ ମାନଙ୍କ ପାଇଁ ବୀମା ।
୭)ଚିଲଡ୍ରେନ ପଲିସି ।

୧) ହୋଲ ଲାଇଫ ଏଶିଓରେନ୍ସ (ସୁରକ୍ଷା)।
**************************************

ଏହି ପଲିସି ଧାରୀ ମାନେ ନିର୍ଧାରିତ ପରିମାଣ ର ବୀମାରାଶି ଓ ବୋନସ ପାଇବେ , ଯେତେବେଳେ ତାଙ୍କର ମୃତ୍ୟୁ ହେବ । ବିମାଧାରୀ ଙ୍କ ନୋମିନି ବା ଲିଗାଲ ହେୟାର ସେହି ପଇସା ପାଇବେ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ଏହିପଲିସି ନେଇଥିବା ବ୍ୟକ୍ତି ୫୭ ବର୍ଷ ବୟସରେ ତାର ପଲିସି କୁ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ରେ ରୂପାନ୍ତରିତ କରିପାରିବ ।୪ ବର୍ଷ ପରେ ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି ।ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।

୨)ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ।
***************************************

 ଏହି ସ୍କୀମ ଅଧୀନରେ ପଲିସି ପରିପକ୍ଵ ହେଇଗଲେ ମୂଳ ବିମରାଶି ସହ ବୋନସ ମିଳିଥାଏ । ଯାହା ପଲିସିଧାରୀ କୁ ସେହି ସମୟରେ ପ୍ରଦାନ କରାଯାଏ । ଯଦି ମଝିରେ ପଲିସିଧାରୀ କୌଣସି କାରଣରୁ ମୃତ୍ୟୁ ବରଣ କଲା , ତେବେ ମୂଳ ବୀମାରାଶି ସହ ପ୍ରଯୁଜ୍ୟ ବୋନସ ପଲିସିଧାରୀ ର ନୋମିନୀ ବା ଲିଗାଲ ହେୟାର କୁ ମିଳିଥାଏ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ ।  ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି । ୩ ବର୍ଷ ପରେ ପଲିସି କୁ ସରେଣ୍ଡର ମଧ୍ୟ କରାଯାଇପାରିବ । ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।

୩) କନଭର୍ଟିବିଲ ହୋଲ ଲାଇଫ ଏଶିଓରେନ୍ସ (ସୁବିଧା) ।
***********************************************

 ଏହି ସ୍କୀମ ଅଧୀନରେ ଜଣେ ପଲିସିଧାରୀ ପାଖାପାଖି ସନ୍ତୋଷ ପଲିସି ପରି ସୁବିଧା ପାଇଥାନ୍ତି । ଏଥିରେ ବିମାଧାରୀ ଏହି ବିମତିକୁ ୫ବର୍ଷ ପରେ ଏଣ୍ଡୌମେଣ୍ଟ ଏଶିଓରେନ୍ସ ରେ ରୂପାନ୍ତରିତ କରିପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । କିନ୍ତୁ ୫୫ ବର୍ଷ ପରେ ପଲିସି ରୂପାନ୍ତରଣ କରିପାରିବେ ନାହିଁ । କିନ୍ତୁ ୬ ବର୍ଷ ଭିତରେ ଯଦି ବିମାଧାରୀ ପଲିସି ରୂପାନ୍ତରଣ କରିବେନି , ତେବେ ଏହାକୁ ହୋଲ ଲାଇଫ ଏଶିଓରେନ୍ସ ବୋଲି ଧାରୀ ନିଆଯିବ । ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି । ୩ ବର୍ଷ ପରେ ପଲିସି କୁ ସରେଣ୍ଡର ମଧ୍ୟ କରାଯାଇପାରିବ । ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।

୪)ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସୁମଙ୍ଗଳ)।
************************************************

 ଏହା ମନି ବ୍ୟାକ ପଲିସି । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ଏହା ସେହି ବିମାଧାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ , ଯେଉଁମାନେ ନିର୍ଦ୍ଧିଷ୍ଟ ଅନ୍ତରାଳରେ ରିଟର୍ନ ପାଇବାକୁ ଚାହାନ୍ତି । ଏଥିରେ ନିର୍ଧାରିତ ସମୟ ଅନୁଯାଈ ବିମଧାରକ ଙ୍କୁ ରିଟର୍ନ ପ୍ରଦାନ କରାଯାଏ ।  ଏଥିରେ ୨ ପ୍ରକାର ପଲିସି ଅଛି । ୧୫ ବର୍ଷିୟା ଓ ୨୦ ବର୍ଷୀୟା । ୧୫ ବର୍ଷ ପଲିସି ରେ ପ୍ରଥମ ରିଟର୍ନ ୬ ବର୍ଷ ରେ(୨୦ %) , ଦ୍ଯିତୀୟ ରିଟର୍ନ ୯ ବର୍ଷ ରେ (୨୦ %) , ୧୨ ବର୍ଷ ରେ (୨୦ %) ତୃତୀୟ ପ୍ରଥମ ରିଟର୍ନ  ଓ ୧୫ ବର୍ଷ ରେ ୧୫ ବର୍ଷ ରେ (୪୦ %)  ରିଟର୍ନ ସହ ବୋନସ ମିଳିଥାଏ । ସେହିପରି ୨୦ ବର୍ଷ ପଲିସି ରେ ପ୍ରଥମ ରିଟର୍ନ ୮ ବର୍ଷ ରେ(୨୦ %) , ଦ୍ଯିତୀୟ ରିଟର୍ନ ୧୨ ବର୍ଷ ରେ (୨୦ %) , ୧୬ ବର୍ଷ ରେ (୨୦ %) ତୃତୀୟ ରିଟର୍ନ ଓ ୨୦ବର୍ଷ ରେ (୪୦%) ରିଟର୍ନ ସହ ବୋନସ ମିଳିଥାଏ । ଯଦି ବୀମାଧାରୀ ଙ୍କର ମଝିରେ ମୃତ୍ୟୁ ହେଇଯାଏ ତେବେ ମିଳିଥିବା ରିଟର୍ନ ରୁ କୌଣସି ପଇସା କଟୀନଥାଏ , ବରଂ ବିମାଧାରୀ ର ନୋମିନି ବା ଲିଗାଲ ହେୟାର କୁ ମୂଳ ରାସୀ ସହ ବୋନସ ମିଳିଥାଏ ।

୫) ଯୁଗଳ ସୁରକ୍ଷା ।
****************
 ଏହି ପଲିସି ରେ ଯୁଗଳ ଭାବରେ ବୀମା କରାଯାଏ । ଏଥିରେ ବୀମା କର୍ତା ଙ୍କଜଣେ ସ୍ପାଉସ ମଧ୍ୟ ପିଏଲଆଇ କରିପାରିବେ । ଏଥିରେ ଦୁଇ ଜଣଙ୍କୁ ବୀମା ଯୋଗାଇ ଦିଆଯାଏ । କିନ୍ତୁ ଗୋଟିଏ ପ୍ରିମିୟମ ଦେବାକୁ ପଡେ । ଏଣ୍ଡୌମେଣ୍ଟ ଏଶିଓରେନ୍ସ ର ଅନ୍ୟ ସୁବିଧା ମଧ୍ୟ ଏଥିରେ ସମାନ । ଏଥିରେ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ ।  ବିନା ଡାକ୍ତରୀ ପରୀକ୍ଷା ପଲିସି  (ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ ଓ ଯୁଗଳସୁରକ୍ଷା ପଲିସି ବ୍ୟତିତ) ରେ ଜଣେ ମାତ୍ର ୧୦୦୦୦୦ ର ମୂଳ ବୀମା କରି ପାରିବ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ ।  ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି ।

୬)ଭିନ୍ନକ୍ଷମ ମାନଙ୍କ ପାଇଁ ବୀମା ।
*************************

  ଭିନ୍ନକ୍ଷମ ମାନଙ୍କ ପାଇଁ ସର୍ବାଧିକ ବିମାରାଶି  ଅନ୍ୟ ମାନଙ୍କ ଭଳି ସମାନ । ସେମାନେ ଅନ୍ୟ ଯେକୌଣସି ପଲିସି ନେଇପାରିବେ। ଏଥିରେ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ । କାରଣ ଏଥରୁ ସେମାନଙ୍କର ଭିନ୍ନକ୍ଷମ ର ମାତ୍ର ଓ ପ୍ରକୃତ କାରଣ ଉଲ୍ଲେଖ ହେବ ଜରୁରୀ । ସେହି ମାତ୍ର ଓ ରିସ୍କ କୁ ଦେଖି କିଛି ଅଧିକ ପ୍ରିମିୟମ ମଧ୍ୟ ପଡିପାରେ ।

୭)ଚିଲଡ୍ରେନ ପଲିସି ।
********************

   ଡାକବିଭାଗ ୨୦.୦୧.୨୦୦୬ ରେ ଏହି ପଲିସି ଶୁଭାରମ୍ଭ କରିଥିଲା । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପିଏଲଆଇ କରିଥିବା ବିମାଧାରୀ ଙ୍କ ପିଲାମାନଙ୍କୁ ବୀମା ସୁବିଧା ପ୍ରଦାନ କରିବା । ଏଥିରେ ସର୍ବାଧିକ ୨ ଜଣ ପିଲାଙ୍କୁ ଏହି ସୁବିଧା ର ଲାଭ ମିଳିପାରିବ ।୫ ରୁ୨୦ବର୍ଷ ର ପିଲାମାନଙ୍କୁ ଏହି ସୁବିଧା ମିଳିବାର ବ୍ୟବସ୍ତା ଅଛି। ସର୍ବାଧିକ ୩ଲକ୍ଷ କିମ୍ବା ପଲିସିଧାରୀ ନେଇଥିବା ବୀମାରାସି , ଯେଉଁଟା କମ ହେବ ।  ମୁଖ୍ୟ ପଲିସି ଧାରୀ କୁ ୪୫ ବର୍ଷ ରୁ ଅଧିକ ହେଇନଥିବ । ଯଦି ମୁଖ୍ୟ ପଲିସିଧାରୀ ମରିଯାଏ ତେବେପିଲାଙ୍କୁ କୌଣସି ପ୍ରିମିୟମଦେବାକୁ ପଡିନଥାଏ । ପଲିସି ଅବଧି ପରେ ପିଲାଙ୍କୁ ପରିପକ୍ଵ ରାଶି ସହ ବୋନସ ମିଳିଥାଏ । ଏଥିରେ ପିଲାଙ୍କର କୌଣସି ଡାକ୍ତରୀପରୀକ୍ଷା ର ଆବଶ୍ୟକ ପଡିନଥାଏ । କିନ୍ତୁ ପଲିସି ନେବା ଦିନ ସେମାନେ ସୁସ୍ତ ଥିବା ଆବଶ୍ୟକ ।

    ପିଏଲଆଇ ରେ ମିଳୁଥିବା ସୁବିଧା
**********************************

  ଏଥିରେ ବିମାଧାରୀ କୁ ସର୍ବାଧିକ ରିଟର୍ନ ମିଳେ ଓ ବିମାଧାରୀ କୁ ଅଳ୍ପ ପ୍ରିମିୟମ ଦେବାକୁ ପଡେ ।

 ନୋମିନେଶନ ସୁବିଧା ଉପଲବ୍ଧ ।

 ପଲିସିଧାରୀ ପଲିସି କୁ ବନ୍ଧା ରଖି ଲୋନ ନେଇପାରିବ ।

 ମରିଯାଇଥିବା ପଲିସି କୁ ପୁଣି ଚାଲୁ କରାଯାଇପାରିବ ।

 ଯଦି କୌଣସି କାରଣରୁ ପଲିସିଧାରୀ ତାର ବଣ୍ଡ କୁ ହଜେଇ ଦେଇଥାଏ କି ଜଳି ଯାଇଥାଏ , ତାହେଲେ ସେ ଡୁପ୍ଲିକେଟ ବଣ୍ଡ ପାଇବାର ବ୍ୟବସ୍ତା ମଧ୍ୟ ଅଛି ।

 ନିଜ ନୂଆ ପୁରୁଣା ପଲିସି ରେ ପଲିସିଧାରୀ ମାନେ ନିଜ ନିଜର ମୋବାଇଲ ଓ ଇମେଲ ଆଇଡ଼ି ଅପଡେଟ କରାଇ ପାରିବାର ସୁବିଧା ଅଛି।

 ସାରା ଭାରତର ଯେ କୌଣସି ଡାକଘରେ ପ୍ରିମିୟମ ଜମା କରିବାର ସୁବିଧା ମଧ୍ୟ ଅଛି। ବିମାଧାରୀ ନିଜର ଯେ କୌଣସି ଲୋନ, ମାଚୁରିଟୀ ଆଦି କୌଣସି ସେବା ନିଜର ଘର ପାଖ ଡାକଘରେ ପାଇବାର ସୁବିଧା କରାଯାଇଛି ।

  ନୂଆକରି ବିମାଧାରୀ ମାନେ ଅନଲାଇନ ରେ ମଧ୍ୟ ଯେ କୌଣସି ବ୍ୟାଙ୍କ ର ଦେବିଟ ଓ ଏଟିଏମ ମାଧ୍ୟମରେ ପ୍ରିମିୟମ ଜମା କରିପାରିବେ । ଏଥିପାଇଁ ସେମାନଙ୍କୁ  https://pli.indiapost.gov.in/CustomerPortal/PSLogin.jsp ଲଗିନ କରିବାକୁ ପଡିବ ।
      ✒  ଭରତ ସରକାରଙ୍କ ପକ୍ଷରୁ ଡାକଘରେ ନୂତନ ଭାବରେ ପିଏଲଆଇ କୁ ମ୍ୟାକାମିସ ସଫ୍ଟୱେର ରେ ଅନଲାଇନ କରାଯାଇଛି । ଯାହାଦ୍ୱାରା ଭାରତରେ ୮୧୧ ମୁଖ୍ୟଡାକଘରେ ପିଏଲଆଇ ସିପିସି କାର୍ଯ୍ୟ କରୁଛି । ଯାହା ଦ୍ଵାରା ଗ୍ରାହକ ମାନେ ବହୁବିଧ ସୁବିଧା ର ଲାଭ ଉଠାଇ ପାରିବେ ।
      ✒ ଏତକ କହିସାରିଲା ପରେ , ରମେଶ କହିଲା ହଉ , ମୁଁ ଯାଉଛି, ଉପରବେଳା ମୋତେ ଖାଇବାକୁ ଦେବ । ଯାହା ହଉରେ ପୁଅ ଆଜି କେତେକଥା ମୋତେ କହିଲୁ । ମୋ ସାନ ପୁଅକୁ ଆଜି କହିବି ସେ ପିଏଲଆଇ କରିବ । ସେ ୧୦ ବର୍ଷ ହେଲା ସରକାରୀ ଚାକିରି କରିଲାଣି କିନ୍ତୁ ପିଏଲଆଇ କରିନି । ଭଗବାନ ତୋର ମଙ୍ଗଲ କରନ୍ତୁ ।
            ✒   ଆପଣ ମାନେ ବି ପିଏଲଆଇ କରନ୍ତୁ ଓ ନିଜର ଭବିଷ୍ୟତ କୁ ସୁରକ୍ଷିତ କରନ୍ତୁ ।
              ***************** ପିଏଲଆଇ ଦିବସ (PLI DAY)********************

No comments:

Post a Comment